ଶ୍ରୀ ସାଇ ସତଚରିତ ନିତ୍ୟପାରାୟଣ – ପରିଚୟ

ମରାଠୀ ଭାଷାରେ ମୂଳରଚନା – ଶ୍ରୀ ହିମଦପନ୍ଥ
ଓଡିଆ ଅନୁବାଦ – ଇଂ ଦୀପ୍ତି ରଞ୍ଜନ ପଣ୍ଡା, ମୁଖ୍ୟ ଉପଦେଷ୍ଟା – ବଣମଲ୍ଲୀର ମହକ

ସ୍ଵର ସଂଯୋଜନା – ବିକାଶ ଶୁକ୍ଲା
କଣ୍ଠଶିଳ୍ପୀ – ଝରଣା ମହାନ୍ତି

ଆଧ୍ୟାତ୍ମିକ କବି, ସାହିତ୍ୟିକ ତଥା ଶ୍ରୀ ସାଇ ଭକ୍ତ ଶିରୋମଣି ଇଂ ଦୀପ୍ତି ରଞ୍ଜନ ପଣ୍ଡା ଜଣେ ଆଧ୍ୟାତ୍ମିକ କବି ହିସାବରେ ସୁପରିଚିତ । ପେଶାରେ ଜଣେ ଯନ୍ତ୍ରୀ ହେଲେ ମଧ୍ୟ ସାହିତ୍ୟ ଜଗତରେ ତାଙ୍କର ବେଶ ପତିଆରା । ପଚାଶ ଖଣ୍ଡରୁ ଉର୍ଦ୍ଧ ପୁସ୍ତକ ରଚନା କରି ସେ ଓଡିଆ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିପାରିଛନ୍ତି । ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇଙ୍କ ଚରଣରେ ନିଜକୁ ସମର୍ପିତ କରି ଜାରି ରଖିଛନ୍ତି ତାଙ୍କର ସାହିତ୍ୟ ସାଧନା । ଶ୍ରୀ ସାଇ ସତଚରିତ ନିତ୍ୟପାରାୟଣ ପୁସ୍ତକଟି ତାଙ୍କର ଏକ ଅନୁବାଦ ପୁସ୍ତକ ଅଟେ । ମରାଠୀ ଭାଷାରେ ଶ୍ରୀ ହିମଦପନ୍ଥଙ୍କ ରଚିତ ପୁସ୍ତକଟିକୁ ଓଡିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଅନୁବାଦ ପ୍ରତିଟି ସାଇ ଭକ୍ତ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।


ପ୍ରଥମ ଅଧ୍ୟାୟ ଶୁଣନ୍ତୁ

ଓଡିଆ ଅନୁବାଦ – ଇଂ ଦୀପ୍ତି ରଞ୍ଜନ ପଣ୍ଡା
ସ୍ଵର ସଂଯୋଜନା – ବିକାଶ ଶୁକ୍ଲା, କଣ୍ଠଶିଳ୍ପୀ – ଝରଣା ମହାନ୍ତି, ଉପସ୍ଥାପନା – ଜିତୁ ସାବତ