ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର

ଆମ ପ୍ରୟାସ

ବଣମଲ୍ଲୀର-ମହକ ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତର ଏକ ଯୁଗାନ୍ତକାରୀ ଅଭିଯାନ । ସର୍ବଦା ସାର୍ବଜନୀନ ଗଣଚେତନାରେ ଉଦବୁଦ୍ଧ ବଣମଲ୍ଲୀର ମହକ କୌଣସି ବ୍ୟକ୍ତିକୈନ୍ଦ୍ରିକ ମତବାଦରେ ବିଶ୍ଵାସ କରେନାହିଁ । ଏକରୁ ଅନେକ ହୋଇ ଅସଂଖ୍ୟ ମଉଳା ଓ ବିକଶିତ ବଣମଲ୍ଲୀ ମାନଙ୍କୁ ସାଙ୍ଗରେ ନେଇ ତା’ର ଅବିରତ ଜୟଯାତ୍ରାର ଅନ୍ତଃ କେଉଁଠି ତାହା ଅଜଣା । ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଏହାର ପରିକଳ୍ପନା ସୁଦୂରପ୍ରସାରୀ । ଆଗକୁ ପଢନ୍ତୁ

ଦୈନିକ ଇ-ପ୍ରକାଶନ

ଓଡିଆ ଭାଷା-ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ଵ ବିଦିତ କରିବା, ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ସହିତ ମାତୃଭାଷାର ମୋହରେ ବାନ୍ଧି ରଖିବା ହେଉଛି ଏହାର ମୂଳଲକ୍ଷ୍ୟ । ଏହି ୱେବ-ପୋର୍ଟାଲ ଦ୍ଵାରା (୩୬୫x୨୪x୭) ଦିନ ବିଭିନ୍ନ ବିଷୟ ଗୁଡିକ ଇଣ୍ଟରନେଟ ମାଧ୍ୟମରେ ପ୍ରକାଶ ପାଇଥାଏ । ବଣମଲ୍ଲୀର ମହକ ୱେବପୋର୍ଟାଲ ମାଧ୍ୟମରେ ଏହା ପୃଥିବୀର ଯେକୌଣସି ସ୍ଥାନରେ ପଢିବାକୁ ମିଳେ । ଆଗକୁ ପଢନ୍ତୁ

ସାହିତ୍ୟ ସଂସ୍କୃତି ବାର୍ତ୍ତା

ଉତ୍କଳୀୟ ସଂସ୍କୃତି-ପ୍ରଥା-ପରମ୍ପରା ସମଗ୍ର ବିଶ୍ଵ ଦରବାରରେ ଅନନ୍ୟ । ବଣମଲ୍ଲୀର ମହକ ଦୈନିକ ବାର୍ତ୍ତାରେ ଓଡିଶାର କୋଣ ଅନୁକୋଣରୁ ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ କାର୍ଯ୍ୟକ୍ରମ ଗୁଡିକୁ ଏହି ୱେବ ପୋର୍ଟାଲ ମାଧ୍ୟମରେ ପ୍ରସାରଣ କରାଯାଇଥାଏ । ଓଡିଶାର ବିଭିନ୍ନ ଅଞ୍ଚଳରେ ସଂଗଠିତ ହେଉଥିବା ସାହିତ୍ୟ ଭିତ୍ତିକ ଅନୁଷ୍ଠାନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଲୋକଲୋଚନକୁ ଆଣିବା ନିମନ୍ତେ ଖବରଟି ନିଜେ ହିଁ ଉପସ୍ଥାପିତ କରନ୍ତୁ । ଆଗକୁ ପଢନ୍ତୁ

ବିଜ୍ଞାନର ପ୍ରଗତିରେ ସାହିତ୍ୟ ଓ ସଂସ୍କୃତି

ସାହିତ୍ୟ ଓ ସଂସ୍କୃତି ପରସ୍ପର ପରିପୂରକ । ସଂସ୍କୃତିର କଳାତ୍ମକ ପରିପ୍ରକାଶ ଲିପି ଜରିଆରେ ସାହିତ୍ୟ ରୂପେ ଚରିତାର୍ଥ ହୋଇଥାଏ । ଐତିହ୍ୟ ଓ ପରମ୍ପରା ମାନବ ସମାଜର ବିକାଶ ଓ ଆତ୍ମବିଶ୍ଵାସ ପ୍ରତିଷ୍ଠା ଦିଗରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଦାନ ପ୍ରଦାନ ସୂତ୍ରରେ ସାହିତ୍ୟ ସୃଷ୍ଟି କରିଥାଏ ଚେତନାବୋଧ, ଯାହାଫଳରେ ସାମାଜିକ ଚେତନା ସାହିତ୍ୟ ମାଧ୍ୟମରେ ହିଁ ରୂପାୟିତ ହୋଇଥାଏ । ସାହିତ୍ୟ ଓ କଳା ମାଧ୍ୟମରେ ମନୁଷ୍ୟ ନିଜକୁ ଓ ସମାଜକୁ ଆବିଷ୍କାର କରିଥାଏ । ତେଣୁ ମନୁଷ୍ୟର ସୂକ୍ଷ୍ମ ଅନୁଭୂତିର ରସାଳ ରୂପାୟନ ହେଉଛି ସାହିତ୍ୟ, ସଙ୍ଗୀତ, ଭାସ୍କର୍ଯ୍ୟ, ସ୍ଥାପତ୍ୟ ଓ ଚାରୁକଳା ଇତ୍ୟାଦି । ବିଶ୍ଳେଷଣରୁ ଜଣାପଡେ, ପରମ୍ପରା ଓ ସଂସ୍କୃତିକୁ ବାଦ ଦେଇ ସାହିତ୍ୟ ବିକଶିତ ହେବା ଯେତିକି ଅସମ୍ଭବ, ସାହିତ୍ୟକୁ ବାଦ ଦେଇ ସଂସ୍କୃତିର ମାନବୀୟ ମୂଲ୍ୟବୋଧ, ସମୀକ୍ଷା, ପରିଚୟ ଓ ପ୍ରତିଷ୍ଠା ମଧ୍ୟ ସେତିକି ଅସମ୍ଭବ ।

ହଜାର ହଜାର ବର୍ଷର କୃଷି ସଭ୍ୟତା ଅଥବା ଶିକାର ସଭ୍ୟତା କାଳରେ ମନୁଷ୍ୟ ଯେତିକି ଅଗ୍ରସର ହୋଇ ନଥିଲା, ଆଜି ମାତ୍ର ଅଳ୍ପ କେତୋଟି ବର୍ଷ ମଧ୍ୟରେ ସେ ସୀମାହୀନ ପ୍ରଗତି ପଥର ଯାତ୍ରୀ । ପୃଥିବୀ ଆଜି ଗୋଟିଏ ଘର ସଦୃଶ ମନେ ହେଉଛି । ପୃଥିବୀର ଦୁରତ୍ଵ ଆଜି ଅନୁଭୋବ ହେଉନାହିଁ । ବିଜ୍ଞାନର ଚରମ ଉନ୍ନତ୍ତି ବଳରେ ଆଜି ସମୃଦ୍ଧିର ସୀମା ନାହିଁ । ପୃଥିବୀରୁ ମହାକାଶ ଆଜି ଖୁବ ନିକଟ । ତେଣୁ ଏଭଳି ପରିସ୍ଥିତିରେ ଆମେ ସାହିତ୍ୟ ଓ ସଂସ୍କୃତିର ପଥରୋଧ କରିବା ଅର୍ଥାତ ଆମ ମନୁଷ୍ୟତାକୁ ବଳି ପକେଇଦେବା । ତେଣୁ ସଭ୍ୟତାର ଯାନ୍ତ୍ରିକ ବିକାଶ ପଥରେ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ଉଚିତ ମାର୍ଗରେ ପରିଚାଳିତ କରିବା ଆମ ସମସ୍ତଙ୍କ ନିମନ୍ତେ ଗୁରୁ ଦାୟିତ୍ଵ ।

ଏଭଳି ମୁହୁର୍ତ୍ତରେ ଏହା କେବଳ ଇ-ପତ୍ରିକାରେ ସୀମିତ ନରହି ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ବହୁମୂଖୀ କାର୍ଯ୍ୟକ୍ରମ ଗୁଡିକୁ ବଣମଲ୍ଲୀର ମହକ ଏବଂ କବିର ଘର ସାହିତ୍ୟ ମାଧ୍ୟମରେ ସମ୍ପାଦିତ କରାଯାଇଥାଏ । କବିର ଘର ଦ୍ଵାରା ଆୟୋଜିତ ଓଡିଆ ବ୍ୟକ୍ତିତ୍ବ ଏବଂ ପ୍ରତିଭା ଅନ୍ଵେଷଣ ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକର ଅଡିଓ ସାକ୍ଷାତକାର ଗୁଡିକୁ ଏହି ୱେବ ପୋର୍ଟାଲ ମାଧ୍ୟମରେ ପ୍ରସାରଣ କରାଯାଇଥାଏ । ଆପଣଙ୍କ ପ୍ରଶ୍ନର ଉତ୍ତର

ସଦ୍ୟ ପ୍ରକାଶିତ